ଦୁନିଆର ସବୁଠାରୁ ମୂଲ୍ୟବାନ ଅଙ୍ଗୁର : ଏକ ଗୁଚ୍ଛର ମୂଲ୍ୟରେ ମିଳିପାରିବ ଦାମୀ କାର

ଆପଣ କେବେ ଲାଲ ଅଙ୍ଗୁର ଖାଇଛନ୍ତି କି? ଏହା ଶୁଣି ପ୍ରଥମେ ଆପଣ ଭାବିବେ ଲାଲ ଅଙ୍ଗୁର କେଉଁଠି ଅଛି। ସାଧାରଣତଃ ଅଙ୍ଗୁରର ରଙ୍ଗ କଳା, ସବୁଜ ହୋଇଥାଏ। ଏହା ସତ ଯେ ଲାଲ ଅଙ୍ଗୁର ମଧ୍ୟ ଅଛି। ମାତ୍ର ଏହା ସହଜରେ ଭାରତରେ ମିଳିନଥାଏ। ଏହାର ଏକ ଗୁଚ୍ଛର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଜାପାନରେ ଲୋକେ ୭.୫ ଲକ୍ଷ ଟଙ୍କାରେ ଅଙ୍ଗୁରର ଏକ ଛୋଟ ଗୁଚ୍ଛ କିଣୁଛନ୍ତି। ଏହି ଅଙ୍ଗୁର ପ୍ରଜାତିର ଏକ ନାମ ଋବୀ ରୋମନ। ଏହି ବିଶେଷ ପ୍ରକାର ପ୍ରଜାତିର ଗୋଟିଏ ଅଙ୍ଗୁରର ଓଜନ ପ୍ରାୟ ୨୦ ଗ୍ରାମ ହେବ। ଏକ ଗୁଚ୍ଛରେ ପ୍ରାୟ ୨୪ ଟି ଅଙ୍ଗୁର ରହିଥାଏ।
ଅଧିକ ଦାମ୍‍ ହେତୁ ଏହି ଅଙ୍ଗୁର ଧନୀ ଲୋକଙ୍କ ଫଳ ଭାବେ ପରିଚିତ। ୧୨ ବର୍ଷ ପୂର୍ବେ ଅଙ୍ଗୁରର ଏହି ପ୍ରଜାତିକୁ ଇଶିକାବା ପ୍ରାନ୍ତର ସରକାର ବିକଶିତ କରିଥିଲେ ବୋଲି କୁହାଯାଏ।
ଏହି ଅଙ୍ଗୁର ସ୍ୱାଦ ଖୁବ ମିଠା। ବିଶେଷ କରି ଜାପାନରେ ଲାଲ ଅଙ୍ଗୁର ଦାମୀ ଫଳ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଅନେକ ଶୁଭ ଅବସର କିମ୍ବା ବିଶେଷ ପର୍ବ ସମୟରେ ଏହି ଅଙ୍ଗୁରକୁ ଉପହାର ଭାବେ ଦିଆଯାଏ। ଏହି ଋବୀ ରୋମନ ନାମକ ଅଙ୍ଗୁର ଜାପାନରେ ସହଜରେ ନମିଳିଥାଏ। ତେଣୁ ଏଠାରେ ଏହାର ଦାମ ଖୁବ ଅଧିକ।

Get real time updates directly on you device, subscribe now.

Comments
Loading...