ଅଷ୍ଟ୍ରେଲିଆନ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଆରମ୍ଭ

ଜୋକୋଭିକ୍‌, ଓସାକା, ସେରେନା ୨ୟ ରାଉଣ୍ଡରେ

ମେଲ୍‌ବୋର୍ଣ୍ଣ: ସୋମବାରଠାରୁ ଏଠାରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ ଅଷ୍ଟ୍ରେଲିଆନ୍ ଓପନ୍‌ ଆରମ୍ଭ ହୋଇଛି। ପ୍ରଥମଦିନ ପୁରୁଷ ସିଙ୍ଗଲ୍‌ସରେ ଟପ୍ ସିଡ୍‌ ନୋଭାକ୍ ଜୋକୋଭିକ୍, ୩ୟ ସିଡ୍‌ ଡମିନିକ୍ ଥିଏମ୍, ୬ଷ୍ଠ ସିଡ୍ ଆଲେକ୍‌ଜାଣ୍ଡର ଥିଏମ୍ ଏବଂ ମହିଳା ସିଙ୍ଗଲ୍‌ସରେ ୨ୟ ସିଡ୍‌ ରୋମାନିଆର ସିମୋନା ହାଲେପ୍, ୩ୟ ସିଡ୍ ନାଓମି ଓସାକା ଓ ୧୦ମ ସିଡ୍ ସେରେନା ୱିଲିୟମ୍‌ସ ପ୍ରମୁଖ ବିଜୟୀ ହୋଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍‌ସରେ ୨୩ନଂ ସିଡ୍ ଜର୍ମାନୀର ଆଞ୍ଜେଲିକ୍ କର୍ବରଙ୍କୁ ୬-୦, ୬-୪ ସେଟ୍‌ରେ ଆମେରିକାର ବର୍ଣ୍ଣାଡା ପେରା ପରାସ୍ତ କରିଛନ୍ତି। ୨୪ନଂ ସିଡ୍‌ ଆମେରିକାର ଆଲିସନ୍ ରିସ୍କେ ମଧ୍ୟ ପରାସ୍ତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ୧୦ମ ସିଡ୍ ଫ୍ରାନ୍‌ସର ଗେଲ୍‌ ମନ୍‌ଫିଲ୍‌ସଙ୍କୁ ଫିନ୍‌ଲାଣ୍ଡର ଏମିଲ ରୁସୁଭୁରି ୫ଟି ସେଟ୍‌ରେ ପରାସ୍ତ କରିଛନ୍ତି।
ପୁରୁଷ ସିଙ୍ଗଲ୍‌ସରେ ୧୭ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲର ବିଜେତା ଟପ୍ ସିଡ୍‌ ସର୍ବିୟାର ନୋଭାକ୍ ଜୋକୋଭିକ୍ ୬-୩, ୬-୧, ୬-୨ ​ସେଟ୍‌ରେ ଫ୍ରାନ୍‌ସର ଜରେମି ଚାର୍ଡିଙ୍କୁ ପରାସ୍ତ କରିଛନ୍ତି। ୩ୟ ସିଡ୍‌ ଅଷ୍ଟ୍ରିଆର ଡମିନିକ୍ ଥିଏମ୍ ୭-୬, ୬-୨, ୬-୩ ସେଟ୍‌ରେ କାଜାକ୍‌ସ୍ତାନର ମିଖାଇଲ କୁକୁସ୍କିନ୍‌ଙ୍କୁ ହରାଇଛନ୍ତି। ୬ଷ୍ଠ ସିଡ୍‌ ଜର୍ମାନୀର ଆଲେକ୍‌ଜାଣ୍ଡର ଜେରେଭ୍ ୪ଟି ସେଟ୍‌ରେ ଆମେରିକାର ମାର୍କସ ଜିରନ୍‌ଙ୍କୁ ପରାସ୍ତ କରିଛନ୍ତି। ୮ମ ସିଡ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନ୍ ୪ଟି ସେଟ୍‌ରେ ସ୍ବିଡେନ୍‌ର ଏଲିୟାସ୍ ୱାଇମରଙ୍କୁ ପରାସ୍ତ କରିଛନ୍ତି। ୧୧ନଂ ସିଡ୍‌ କାନାଡାର ଡେନିସ ସାପୋଭାଲୋଭ୍‌ ୫ଟି ସେଟ୍‌ର କଡ଼ା ମୁକାବିଲା ପରେ ଇଟାଲୀର ଜାନିକ୍ ସିନରଙ୍କୁ ପରାସ୍ତ କରିଛନ୍ତି। ୧୪ନଂ ସିଡ୍ କାନାଡ଼ାର ମିଲୋସ୍ ରାଓନିକ୍‌ ୬-୩, ୬-୩, ୬-୨ ସେଟ୍‌ରେ ଆର୍ଜେଣ୍ଟିନାର ଫ୍ରେଡ୍‌ରିକୋ କୋରିଆଙ୍କୁ ପରାସ୍ତ କରିଛନ୍ତି। ୧୫ନଂ ସିଡ୍ ସ୍ପେନ୍‌ର ପାବ୍‌ଲୋ କାରୋନୋ ବୁଷ୍ଟା ୭-୫, ୭-୬, ୬-୨ ସେଟ୍‌ରେ ଜାପାନର କେଇ ନିଶିକୋରିଙ୍କୁ ପରାସ୍ତ କରିଛନ୍ତି। ୧୭ନଂ ସିଡ୍ ସ୍ବିଜରଲାଣ୍ଡର ଷ୍ଟାନିଆସ୍ ୱାରିଙ୍କା ୬-୩, ୬-୨, ୬-୪ ସେଟ୍‌ରେ ପର୍ତ୍ତୁଗାଲ୍‌ର ପେଡ୍ରୋ ସୌସାଙ୍କୁ ପରାସ୍ତ କରିଛନ୍ତି। ୧୮ନଂ ସିଡ୍‌ ବୁଲ୍‌ଗେରିଆର ଗ୍ରିଗୋର ଡିମିଟ୍ରୋଭ୍ ୬-୪, ୬-୨, ୭-୬ ସେଟ୍‌ରେ କ୍ରୋଏସିଆର ମାରିନ୍ ସିଲିକ୍‌ଙ୍କୁ ପରାସ୍ତ କରିଛନ୍ତି।

ମହିଳା ସିଙ୍ଗଲ୍‌ସରେ ୩ୟ ସିଡ୍‌ ଜାପାନର ନାଓମି ଓସାକା ୬-୧, ୬-୨ ସେଟ୍‌ରେ ରୁଷିଆର ଆନାଷ୍ଟାସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ପରାସ୍ତ କରିଛନ୍ତି। ୧୦ମ ସିଡ୍‌ ୨୩ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ଆମେରିକାର ସେରେନା ୱିଲିୟମ୍‌ସ ୬-୧, ୬-୧ ସେଟ୍‌ରେ ଜର୍ମାନୀର ଲୌରା ସିଜ୍‌ମଣ୍ଡଙ୍କୁ ପରାସ୍ତ କରିଛନ୍ତି। ୭ନଂ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କା ୬-୦, ୬-୪ ସେଟ୍‌ରେ ସ୍ଲୋଭାକିଆର ଭିକ୍ଟୋରିଆ କୁଜ୍‌ମୋଭାଙ୍କୁ ପରାସ୍ତ କରିଛନ୍ତି। ୮ମ ସିଡ୍‌ କାନାଡ଼ାର ବି. ଆଣ୍ଡ୍ରିସ୍କ୍ୟୁ ୬-୨, ୪-୬, ୬-୩ ସେଟ୍‌ରେ ରୋମାନିଆର ପ୍ରତିପକ୍ଷଙ୍କୁ ପରାସ୍ତ କରିଛନ୍ତି। ୧୫ନଂ ସିଡ୍‌ ପୋଲାଣ୍ଡର ଇଗା ସ୍ବିଆଟେକ୍‌ ୬-୧, ୬-୩ ସେଟ୍‌ରେ ନେଦରଲାଣ୍ଡ୍‌ସର ଆରାନ୍ତ୍‌ସା ରସ୍‌ଙ୍କୁ ପରାସ୍ତକରି ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି।

Comments are closed.