ଗ୍ରାମବିକାଶର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

0

ବ୍ରହ୍ମପୁର..-  ଗ୍ରାମବିକାଶ  ସମାଜସେବୀ ସଂଗଠନର ୪୦ତମ ପ୍ରତିଷ୍ଠା ଦିବସର  ବ୍ରହ୍ମପୁରର ମହୁଡା ପଞ୍ଚାୟତରେ ପାଳିତ ହୋଇଯାଇଛି ।  ଗତ ୪୦ ବର୍ଷ ଧରି ଏହି ସଂଗଠନ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ସମାଜର ପଛୁଆ ବର୍ଗର ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ କରିଆସୁଅଛି । ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ଗ୍ରାମବିକାଶ ପକ୍ଷରୁ  ଆଦିବାସୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପ୍ରଦର୍ଶିନୀର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ପାରମ୍ପରିକ ଓ ହାତ ତିଆରି ଜିନିଷକୁ ପ୍ରଦର୍ଶନ କରାଯାଇଥିଲା ।

ବିଶିଷ୍ଟ ସମାଜସେବୀ ତଥା ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଢାଙ୍କୁ ଏହି ଅବସରରେ ଗ୍ରାମବିକାଶର ପ୍ରବନ୍ଧକ କମିଟିର ସଦସ୍ୟା ଭାବେ ମନୋନୀତ କରାଯାଇଥିଲା ।  ତାଞ୍ଜାନିଆରୁ ସମାଜସେବୀ ସିଷ୍ଟର ଜାନେ ଏଲିଜା ଓ ଆମେରିକାରୁ ସମାଜସେବୀ ଡିଆନା ଏହି ଉତ୍ସବରେ ସାମିଲ ହୋଇଥିଲେ । ଆଗକୁ ଗ୍ରାମବିକାଶ ନିଜର କାର୍ଯ୍ୟକୁ ଆହୁରି ପରିବ୍ୟାପ୍ତ କରିବା ସହ ଅପହଞ୍ଚ ଅଞ୍ଚଳମାନଙ୍କରେ ବିକାଶ ମୂଳକ କାର୍ଯ୍ୟ କରିବ ବୋଲି ଏହାର   କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

Leave A Reply