ଆଜିବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ମହିଳା ସଂଘକୁ ୫-ଟି ଅଟୋ ପ୍ରଦାନ

ଗୋପାଳପୁର: ଜିଲାରେ ପ୍ରଥମ କରି ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ମିଶନଶକ୍ତି ଓ ଜୀବିକାମିଶନ ଆନୁକୁଲ୍ୟରେ ଆଜିବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାର ଶୁଭାରମ୍ଭ କରାଯିବା ସହ ମହିଳା ସଂଘକୁ ସ୍ବାବଲମ୍ବୀ କରିବା ନିମନ୍ତେ ୫-ଟି ଅଟୋ ପ୍ରଦାନ କରାଯାଇଥିଲା। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତ କୁଳାଙ୍ଗେ, ପିଡି ସିନ୍ଧେ ଦାତାତ୍ରେୟ ଭାଉସାହେବ, ବ୍ଲକ ବିଡ଼ିଓ ପ୍ରଶାନ୍ତ କୁମାର ପାତ୍ର, ଏବିଡିଓ ତ୍ରିପତି ବାଲାଜୀ ସାମନ୍ତରାୟ,. ମିଶନଶକ୍ତି ସିଡିସି ଶାଶ୍ବତ କୁମାର ମିଶ୍ର ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବ୍ଲକର ୫ଟି ମହିଳା ଗ୍ରୁପ କୁ ୧୫ଲକ୍ଷ ୭୫ହଜାର ବ୍ୟାଙ୍କ ଲୋନ ରେ ୫ଟି ଅଟୋ ମଧ୍ୟରୁ ଦୁଇଟି ବ୍ୟାଟେରୀଚାଳିତ, ତିନୋଟି ଡିଜେଲ ଚାଳିତ ଅଟୋ ବିନା ସୁଧରେ ୬ବର୍ଷ ରେ ସୁଝିବାକୁ ମହିଳା ସଂଘ କୁ ପ୍ରଦାନ କରାଯାଇଥିଲା।

 

ଫୁଲଟା ଗ୍ରାମର ଧନଲକ୍ଷ୍ମୀ, କୋଳିଥି ଗାଁ ଓମ ସାଇରାମ ସିନ୍ଧି ଗାଁ ମାଲିକେଶ୍ୱର୍ ଗ୍ରୁପ, ଆଦିଶକ୍ତି ଗ୍ରୁପ, ରଙ୍ଗିପୁରର ମହାମାୟୀ ଗ୍ରୁପ କୁ ଅଟୋ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସିଡ଼ିପିଓ. ଯୋଚ୍ଛନା ପାଢ଼ୀ, ଓଏଲଏମ ଅଜୟ କୁମାର ଦାଶ, ନବୀନ ସେନାପତି, ମନମୋହନ ପାତ୍ର, ଶ୍ରୀରାମ ପଣ୍ଡା, ବିଏଲ୍ ସି ପବିତ୍ରା ଦୋରା, ଚିତ୍ରସେନ ନାୟକ, ସହକାରୀ ଯନ୍ତ୍ରୀ ପଞ୍ଚାନନ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.