ଜୟପୁର-ନବରଙ୍ଗପୁର ରେଳପଥ ସଂଯୋଗୀକରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ପଂଚାୟତ କାର୍ୟ୍ୟାଳୟ ଓ ନବରଙ୍ଗପୁର ମୁନିସିପାଲିଟି ଠାରେ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜୟପୁର-ନବରଙ୍ଗପୁର ପ୍ରଶସ୍ତ ରେଳପଥ ସଂଯୋଗୀକରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଗ୍ରାମସଭା ଠାରେ ନବରଙ୍ଗପୁର ADMO  ନିମାଇଁ ଚରଣ ସୁତାର ସଭାପତିତ୍ୱ କରିଥିବା ବେଳେ, ଉପଜିଲ୍ଲାପାଳ ଭାସ୍କର ରଇତ, ସିନ୍ଧିଗୁଡା ସରପଂଚ ଧନର ପୁଜାରୀ, ଉଭୟ ନନ୍ଦାହାଣ୍ଡି ଓ ନବରଙ୍ଗପୁର ତହସିଲଦାର ,ରେଳବାଇ ଅଧିକାରୀ S. ଗୋପାଳଡୁ,ସିନ୍ଧିଗୁଡା ପଂଚାୟତ ନିର୍ବାହୀ ଅଧିକାରୀ, ନବରଙ୍ଗପୁର ମୁନିସିପାଳିଟି ନିର୍ବାହୀ ଅଧିକାରୀ, ନନ୍ଦାହାଣ୍ଡି ବ୍ଲକ ବିଜେଡି ସଭାପତି ସନ୍ତୋଷ ଷଡ଼ଙ୍ଗୀ, ବ୍ଲକ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ, ଜିଲ୍ଲା ର ବରିଷ୍ଠ ବିଜେପି ନେତା ଝାଡଶ୍ୱର ଖଡଙ୍ଗା, ବରିଷ୍ଠ ପତ୍ରକାର ସତ୍ୟପ୍ରିୟ ଦାସ,ସମାଜସେବୀ ସରୋଜ ବେହେରା ଓ ଉଭୟ ନନ୍ଦାହାଣ୍ଡି ଓ ନବରଙ୍ଗପୁର ତହସିଲରୁ ଜମି ହରାଉଥିବା ଯାଉଥିବା ଵ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ।
ଉପସ୍ଥିତ ଥିବା ନେତୃବର୍ଗ ଓ ଜମି ହରାଉଥିବା ବ୍ୟକ୍ତି ବିଶେଷ ମାନେ ନିଜ ନିଜର ଦାବି ଗୁଡ଼ିକ ଉପସ୍ଥାପନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଜମିର ଉଚିତ ମୂଲ୍ୟ, ଜମି ଦେଇ ଭୂମିହୀନ ହେଉଥିବା ଚାଷୀ ମାନଙ୍କୁ ଜମି ବଦଳରେ ଜମି ଦେବା,ନିଯୁକ୍ତି ସୁଯୋଗ, ଯାଉଥିବା ଜମି ଗୁଡ଼ିକର ପୁନଃ ଡେମାରକେସନ କରି ଚିହ୍ନଟ କରିବା ଆଦି ରହିଥିଲା । ଉପଜିଲ୍ଲାପାଳ ଭାସ୍କର ରାଇତ ସରକାରୀ ନୀତିନିୟମ କୁ ଭିତ୍ତି କରି ଜମି ହରାଉଥିବା ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Comments are closed.