ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ

ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଆରମ୍ଭ ହୋଇଛି    ‘ଗ୍ରାମ ସ୍ୱରାଜ ଅଭିଯାନ’ । ଏହା ଏକ ମାସଧରି ଚାଲିବ । କୃଷକ ବିରୋଧୀ ୩ଟି ଆଇନ, ଶ୍ରମିକ ବିରୋଧୀ ଶ୍ରମକ୍ଷେତ୍ର ପ୍ରଚଳନ, ନୂତନ ଶିକ୍ଷାନୀତି ଓ ପରିବେଶ ଆଇନ ନିର୍ଦ୍ଦେଶନାମା ୨୦୨୦ ଇତ୍ୟାଦି କେନ୍ଦ୍ର ସରକାରଙ୍କର ଜନବିରୋଧି ଆଇନ ଏବଂ ପଦକ୍ଷେପ ଗୁଡ଼ିକ ବିରୁଦ୍ଧରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ  ଆମ ରାଜ୍ୟରେ ପଂଚାୟତି ରାଜ ବ୍ୟବସ୍ଥାକୁ ସରକାରୀ ବାବୁମାନଙ୍କର ଅଧିନସ୍ଥ କରିଦିଆଯାଛି। ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯିବାର ଘୋଷଣା କରିବାବେଳେ ସରପଂଚମାନେ ବି.ଡି.ଓ ଙ୍କ ବିନା କାଉଣ୍ଟର ଦସ୍ତଖତ ବା ଅନୁମୋଦନରେ ପଂଚାୟତର ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି। ଗ୍ରାମସଭା ବସୁନାହିଁ କି ପଲ୍ଲୀସଭା ତାର ମର୍ଯ୍ୟାଦା ହରାଇ ସାରିଲାଣି। ସରକାର ପଂଚାୟତକୁ ଯେଉଁସବୁ କ୍ଷମତା ଦେବା କଥା ତାହା ଆଜିପର୍ଯ୍ୟନ୍ତ ଶକ୍ତ ଦାୟିତ୍ୱ ହୋଇପାରି ନାହିଁ। ମୋଟ ଉପରେ ପଂଚାୟତ ବ୍ୟବସ୍ଥା ବିଜେଡ଼ି ସରକାର ପିଞ୍ଜରାରେ ଶୁଆ ପାଲଟି ଯାଇଛି।
ମହାତ୍ମା ଗାନ୍ଧୀଙ୍କ ଅନୁଭବ ଥିଲା ଗ୍ରାମ ସ୍ୱରାଜ ମାଧ୍ୟମରେ ପ୍ରଦତ ସ୍ୱରାଜ ଲୋକଙ୍କୁ ମିଳିପାରିବ। ଲୋକଙ୍କ ନିଜର ବିକାଶ ଏବଂ ପ୍ରଗତିର ନିର୍ବାରକ ହେବ। ତାଙ୍କର ସେଇ ବାର୍ତା ନେଇ ରାଜୀବ ଗାନ୍ଧୀ ପଂଚାୟତିରା ସଂଗଠନ ଏହି ଗ୍ରାମ ସ୍ୱରାଜ ଅଭିଯାନ ଆରମ୍ଭ କରିଛି ଯାହା ଏକମାସ ଧରି ଚାଲିବ।  ରାଜ୍ୟର ପ୍ରତି ପଂଚାୟତରେ ସଭାସମିତ, ପଦଯାତ୍ରା କୃଷି ଓ ଶ୍ରମିକ ବିରୋଧୀ ଆଇନ ବିରୁଦ୍ଧରେ ବିକ୍ଷୋଭ, ପ୍ରତିବାଦ ଆନ୍ଦୋଳନ ଇତ୍ୟାଦି ମାଧ୍ୟମରେ ଏହା ପାଳିତ ହେବ। ଗତକାଲି ଅକ୍ଟୋବର ୨ ତାରିଖରେ ରାଜ୍ୟର ବିଭିନ୍ନ ପଂଚାୟତରେ ଏହା ଆରମ୍ଭ ହୋଇଯାଇଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ ନିବେଦନ କରିଛନ୍ତି।

Comments are closed.