ଜାତକରେ ଶୁକ୍ରଦୋଷ ଥିଲେ କରନ୍ତୁ ଏହି ଉପାୟ

ଜାତକରେ ଶୁକ୍ର ଗ୍ରହ ଅଶୁଭ ସ୍ଥାନରେ ଥିଲେ, ଜୀବନରେ ଅନେକ ସମସ୍ୟା ଆସିଥାଏ । ଏହା ସହ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଏହି ସବୁର କାରଣ ଶୁକ୍ର ଗ୍ରହ ଦୋଷ ବୋଲି କେତେକ ଜ୍ୟୋର୍ତିବିଦମାନେ ମତ ଦିଅନ୍ତି । ଯଦି ଏଭଳି ସମସ୍ୟା ଥାଏ ତେବେ ଏସବୁରୁ ମୁକ୍ତି ପାଇବା ପାଇବା ପାଇଁ ଶୁକ୍ରବାର ଏହି ଉପାୟ ଆପଣାନ୍ତୁ । ଯାହା ଦ୍ବାରା ଜାତକରୁ ଶୁକ୍ରଦୋଷ ଦୂର ହେବା ସହ ବୈବାହିକ ଜୀବନରେ ସୁଖ-ସମୃଦ୍ଧି ପୁରି ଉଠିବ।

୧. ଶୁକ୍ରବାର ଦିନ ୧୦୮ ଥର ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ।

୨. ଚାଉଳ, ସିନ୍ଦୁର, ଧଳା ବସ୍ତ୍ର, ଦହି, ଧଳା ଚନ୍ଦନ ଓ ଚାନ୍ଦି ବା ରୂପା ଆଦି କୌଣସି ଦରିଦ୍ର ବ୍ୟକ୍ତିକୁ ବା ମନ୍ଦିରରେ ଦାନ କରନ୍ତୁ।

୩. ଶୁକ୍ରବାର ଦିନ ଯେକୌଣସି ବିବାହିତ ମହିଳାଙ୍କୁ ଚୁଡି, କୁମକୁମ ଓ ଲାଲ ଶାଢି ଦାନ କରନ୍ତୁ । ମା ଲକ୍ଷ୍ମୀ ପ୍ରସନ୍ନ ହେବେ ।

୪. ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରିବା ସହ ୧୦୮ ଥର ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

Comments are closed.