ସରକାରୀ ଛୁଟି ଘୋଷଣା : ଆଜି ବନ୍ଦ ରହିବ ଅଫିସ୍‌, ବ୍ୟାଙ୍କ, ସ୍କୁଲ, କଲେଜ

0

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲିକୁ ସରକାରୀ ଭାବେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଛୁଟି ଘୋଷଣା କରାଯିବା ସହିତ ଆଜିଠାରୁ ୭ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହି ୭ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡିରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହିତ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ବାଜପେୟୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ପୂର୍ବକ ଆସନ୍ତାକାଲି ଏନ୍‍ଆଇ ଆକ୍ଟ ଅନୁଯାୟୀ ରାଜ୍ୟର ସବୁ ବ୍ୟାଙ୍କ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଜଣାଯାଇଛି।

Leave A Reply