୧୩ ଲକ୍ଷ ୫୦ ହଜାର କୋଟି ଟଙ୍କାର କୃଷି ଋଣ ଯୋଗାଇ ଦେବେ ସରକାର

ନୂଆଦିଲ୍ଲୀ: ସରକାର ଚଳିତବର୍ଷ ୧୩ଲକ୍ଷ ୫୦ହଜାର କୋଟି ଟଙ୍କାର କୃଷି ଋଣ ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, କୃଷକ ମାନଙ୍କ କଲ୍ୟାଣ ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜୈବିକ କୃଷିର ବିକାଶ ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା ଓ୨୦୧୮-୧୯ ବର୍ଷ ପାଇଁ ଖରିଫ ଓ ରବିଫସଲ ଲାଗି ଉତ୍ପାଦନ ଖର୍ଚ୍ଚର ଶତକଡା ୧୫୦ଭାଗର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଅନ୍ତଭୁକ୍ତ।ମନ୍ତ୍ରୀ କହିଛନ୍ତି, କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ନାମକ ଏକ ନୂଆ ଯୋଜନାକୁ ଅନୁମୋଦନ କରିଛନ୍ତି।

Comments are closed.