ସେନାବାହିନୀକୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ – ରାଜନାଥ ସିଂ

ଦେଶର ସେନାବାହିନୀକୁ ବିକାଶ ପଥରେ ଆଗେଇ ନେବାକୁ ଏବଂ ପ୍ରତିଟି ପଦକ୍ଷେପରେ ସେମାନେ କିଭଳି ସଫଳତା ହାସଲ କରିବେ, ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ସେନା କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବର୍ତ୍ତମାନ ସୁରକ୍ଷା କ୍ଷେତ୍ରରେ ଭାରତୀୟ ସେନା ଗ୍ରହଣ କରୁଥିବା ପଦକ୍ଷେପ ପ୍ରଶଂସନୀୟ।

ଶ୍ରୀ ସିଂ କହିଛନ୍ତି ଯେ ସଶସ୍ତ୍ର ବାହିନୀକୁ ମଜବୁତ କରିବା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଦେଶର ସୁରକ୍ଷା ତଥା ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଦେଶର ସେନା ଅନେକ ଆହ୍ୱାନର ମୁକାବିଲା କରିବାରେ ସଫଳ ହୋଇଛି। ଆତଙ୍କବାଦ, ବିଦ୍ରୋହ କିମ୍ବା ବାହ୍ୟ ଆକ୍ରମଣର ବିପଦର କଡା ଜବାବ ଦେବାରେ ସେନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Comments are closed.