କରୋନା ରିଲିଫ୍: ୨ କୋଟି ଟଙ୍କା ଋଣ ପର୍ଯ୍ୟନ୍ତ ସୁଧ ଉପରେ ସୁଧ ଛାଡ

କୋଭିଡ-୧୯ ପ୍ରଭାବକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଋଣ କ୍ଷେତ୍ରରେ ଗ୍ରହୀତାଙ୍କୁ ଛଅ ମାସ ପାଇଁ ଚକ୍ରବର୍ତ୍ତୀ ସୁଧ ଏବଂ ସରଳ ସୁଧ ମଧ୍ୟରେ ଥିବା ପାର୍ଥକ୍ୟ ରାଶି ପ୍ରଦାନ ପାଇଁ କେନ୍ଦ୍ର ସରକାର ଏକ ଯୋଜନା ଅନୁମୋଦନ କରିଛନ୍ତି। ଆର୍ଥିକ ସେବା ବିଭାଗର ସୂଚନାନୁସାରେ, ଏହି ଯୋଜନା ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଋଣ ଆକାଉଣ୍ଟରେ ଋଣ ନେଇଥିବା ବ୍ୟକ୍ତିମାନେ ପାଇପାରିବେ। ଏଥିରେ କୁହାଯାଇଛି ଯେ ଯେଉଁ ଋଣଗ୍ରହୀତାଙ୍କର ମଞ୍ଜୁରୀପ୍ରାପ୍ତ ସୀମା ଏବଂ ବକେୟା ପରିମାଣ ଦୁଇ କୋଟି ଟଙ୍କାରୁ ଅଧିକ ହେବ ନାହିଁ ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ହେବେ।

ଏହି ଯୋଜନା ଅଧୀନରେ ଏମଏସଏମଇ, ଶିକ୍ଷା, ଗୃହ, କ୍ରେଡିଟ କାର୍ଡ ଦେୟ, ଅଟୋମୋବାଇଲ, ଉପଭୋକ୍ତା ଋଣ ଏବଂ ବୃତ୍ତିଗତମାନଙ୍କ ବ୍ୟକ୍ତିଗତ ଋଣ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଦୁଇ କୋଟିରୁ ଅଧିକ ଋଣ କ୍ଷେତ୍ରରେ ଏହି ଯୋଜନା ଅନୁଯାୟୀ କୌଣସି ଦେୟ ପାଇବାକୁ ଯୋଗ୍ୟ ହେବେ ନାହିଁ।

Comments are closed.