ଏଲଆଇସିରୁ ଅଂଶଧନ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ସରକାରୀ ବୀମା କମ୍ପାନୀ ଏଲଆଇସି(ଭାରତୀୟ ଜୀବନ ବୀମା ନିଗମ)ରୁ କେନ୍ଦ୍ର ସରକାର ନିଜ ଅଂଶଧନ ବିକ୍ରି କରିବେ। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି। ଏହାବ୍ୟତୀତ ଆଇଡିବିଆଇ ବ୍ୟାଙ୍କରେ ଥିବା ଅଂଶଧନକୁ ମଧ୍ୟ ବିକ୍ରି କରାଯିବା ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ଏଲଆଇସିର ଆଇପିଓ ଆଣି ଏହା ଜରିଆରେ ଏଲଆଇସିରେ ନିଜର ଅଂଶଧନ ବିକ୍ରି କରିବେ। ତେବେ ଏହି ଘୋଷଣା ସମୟରେ ସଂସଦରେ ବିରୋଧୀମାନେ ତୀବ୍ର ବିରୋଧ କରିଥିଲେ। ସୀତାରମଣ କହିଥିଲେ, ଆଇଡିବିଆଇର ଅଂଶଧନ ଘରୋଇ କମ୍ପାନୀଗୁଡ଼ିକୁ ବିକ୍ରି କରାଯିବ, କିନ୍ତୁ ଏହାର ନିୟନ୍ତ୍ରଣ ସରକାର ନିଜ ଅଧୀନରେ ରଖିବେ। ତେବେ ସରକାର ନିଜ ପାଖରେ କେତେ ଅଂଶଧନ ରଖିବେ ସେ ନେଇ ଅର୍ଥମନ୍ତ୍ରୀ କିଛି ସୂଚନା ଦେଇନାହାନ୍ତି। ଅନ୍ୟପଟେ ଏଲଆଇସିରେ ସରକାର ଆଇପିଓ ଜରିଆରେ ଗୋଟିଏ ଭାଗ ବିକ୍ରି କରିବେ ବୋଲି ଘୋଷଣା କରାଯାଇଛି।

Comments are closed.