ପ୍ରତ୍ୟେକ ଘରକୁ ପାଇପ୍‍ ଯୋଗେ ପାନୀୟ ଜଳ : ଚଳିତ ବର୍ଷ ବିନିଯୋଗ ହେବ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ :  ଦେଶର ପ୍ରତ୍ୟେକ ଘରକୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାପାଇଁ ସରକାର ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛନ୍ତି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଲକ୍ଷ୍ୟ ହାସଲ ପାଇଁ  ୩ ବର୍ଷ ପାଇଁ  ଏହି ପୁଞ୍ଜିନିବେଶ ଜାରି ରହିବ। ବାର୍ଷିକ କାର୍ଯ୍ୟାନୁଷ୍ଠାନ ଯୋଜନାକୁ ଚୂଡ଼ାନ୍ତ କରିବାପାଇଁ ଯୁଗ୍ମ ସମୀକ୍ଷା କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି। ପାନୀୟ ଜଳ ନିରାପତ୍ତା ଲକ୍ଷ୍ୟ ହାସଲ କରିବାପାଇଁ ଦେଶର ପ୍ରତ୍ୟେକ ଘରକୁ ପାଇପ୍‍ ଯୋଗେ ଜଳ ଯୋଗାଇବା ଲାଗି ଲକ୍ଷ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଛି । ୨୦୧୯ରୁ ଜଳ ଜୀବନ ମିଶନ ଆରମ୍ଭ ହେବା ପରଠାରୁ ୭ କୋଟି ୩୦ ଲକ୍ଷ ଗ୍ରାମୀଣ ପରିବାରକୁ ପାଇପ୍‍ ଯୋଗେ ପାଣି ଯୋଗାଇ ଦିଆଯାଉଛି ।

Comments are closed.