ରେଳ ବିକାଶ – ୧୨ ବର୍ଷରେ ସରକାର ନିବେଶ କରିବେ ୫୦ଲକ୍ଷ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି’ ଦେଶରେ ରେଳପଥ ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଘରୋଇ କ୍ଷେତ୍ରର ସହଯୋଗ ଲୋଡାଯାଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଗୋଏଲ କହିଛନ୍ତି, ରେଳବାଇରେ ବିଭିନ୍ନ ସୁବିଧାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୨ବର୍ଷ ମଧ୍ୟରେ ୫୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ସରକାରୀ ଓ ଘରୋଇ ଅଂଶୀଦାରୀ ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି। ରେଳବାଇରେ ଘରୋଇ କ୍ଷେତ୍ର ଦ୍ୱାରା ପୁଞ୍ଜିବିନିଯୋଗ ଉଭୟେ ଯାତ୍ରୀ ଓ ରେଳବାଇ ପାଇଁ ଲାଭଦାୟକ ବୋଲି ସେ କହିଛନ୍ତି।

ଗୋଏଲ ଉଜ୍ଜୟେନ ଓ ଇନ୍ଦୋରକୁ ଦିନିକିଆ ଗସ୍ତ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଟ୍ରେନ ପରିଚାଳନାରେ ଉନ୍ନତି ପାଇଁ ଯେଉଁ ସବୁ ରେଳଷ୍ଟେସନରେ ଯାତ୍ରୀଙ୍କର ଯାତାୟତ କମ୍‍ ରହୁଛି, ସେହିସବୁ ଷ୍ଟେସନରେ ଟ୍ରେନଗୁଡିକୁ ନ ଅଟକାଇବା ପାଇଁ ସ୍ଥିର କରାଯାଇଛି। ଏହାଛଡା ଉଜ୍ଜୟେନ ଓ ବନାରସ୍‍ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି।

Comments are closed.