ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକୁ ୮୩ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ ସରକାର

0

ନୂଆଦିଲ୍ଲୀ : ସରକାର ଆସନ୍ତା କିଛି ମାସ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡ଼ିକୁ ୮୩ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଚଳିତ ଆର୍ଥିକ ବର୍ଷ ବ୍ୟାଙ୍କ୍‍ଗୁଡ଼ିକୁ ପାଣ୍ଠି ଯୋଗାଣ ୬୫ହଜାର କୋଟି ଟଙ୍କାରୁ ୧ଲକ୍ଷ ୬ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ସରକାର ୠୁରୁବାର ପାର୍ଲାମେଣ୍ଟରେ ଏକ ପ୍ରସ୍ତାବ ଆଗତ କରିଛନ୍ତି।
ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ବ୍ୟାଙ୍କ୍‍ ଗୁଡ଼ିକୁ ଏହି ପାଣ୍ଠି ପ୍ରଦାନ ଦ୍ୱାରା ସେମାନଙ୍କର ଋଣ ପ୍ରଦାନ କ୍ଷମତା ବୃଦ୍ଧି ପାଇବ ଓ ରିଜର୍ଭ ବ୍ୟାଙ୍କ୍‍ର ତୁରନ୍ତ ସଂଶୋଧନ ମୂଳକ କାର୍ଯ୍ୟାନୁଷ୍ଠାନରୁ ସେମାନେ ମୁକ୍ତ ହେବାକୁ ଏହା ସାହାଯ୍ୟ କରିବ। ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡ଼ିକରେ ଅନାଦେୟ ଋଣ ଚିହ୍ନଟ ସମ୍ପୂର୍ଣ୍ଣ ହୋଇଛି ଓ ଆଦାୟ ହୋଇପାରିନଥିବା ଋଣ ପରିମାଣ ହ୍ରାସ ପାଇବା ଆରମ୍ଭ କରିଛି ବୋଲି ସେ କହିଛନ୍ତି।

Leave A Reply