ପୁଣି ଆଗତ ହେବ ତିନି ତଲାକ ବିଲ୍ : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ପୁଣି ଆଗତ ହେବ ତିନି ତଲାକ ବିଲ୍ । ତତ୍କାଳ ତିନି ତଲାକ ପ୍ରଥାକୁ ନିଷିଦ୍ଧ କରିବା ପାଇଁ ସରକାର ପୁଣି ପାର୍ଲାମେଣ୍ଟରେ ବିଲ୍‍ ଆଗତ କରିବେ । ଆଇନ୍‍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ତିନି ତଲାକ ପ୍ରସଙ୍ଗ ତାଙ୍କ ପାର୍ଟିର ଇସ୍ତାହାରରେ ଥିଲା । ଗତ ମାସରେ ଷୋଡ଼ଶ ଲୋକସଭାକୁ ଭଙ୍ଗ କରାଯିବା ପରେ ତିନି ତଲାକ ପ୍ରଥାକୁ ନିଷିଦ୍ଧ କରିବା ବିଲ୍‍ ଅକାମି ହୋଇଯାଇଛି ଏବଂ ଏହା ପାର୍ଲାମେଣ୍ଟରେ ଆଉ ଆଗତ ହୋଇପାରିବ ନାହିଁ । ମୁସଲମାନ ମହିଳା ବିବାହ ସୁରକ୍ଷା ଅଧିକାର ବିଲରେ ତିନି ତଲାକ ପ୍ରଥାକୁ ଅବୈଧ ଓ ଅଣସାମ୍ବିଧାନିକ ବୋଲି ଦର୍ଶାଯାଇଥିଲା। ଏହି ଆଇନ୍‍ ଅଧୀନରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।

Comments are closed.