ସିଏଏକୁ ସମର୍ଥନ କରୁଥିବା ହିନ୍ଦୁଙ୍କୁ ପାଣି ବନ୍ଦ, ଟ୍ବିଟ୍‌ କରିଥିବା ବିଜେପି ସାଂସଦଙ୍କ ନାମରେ ମାମଲା

ଥିରୁଭାନନ୍ତପୂରମ: କେରଳରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁମାନଙ୍କୁ ପିଇବା ପାଣି ଯୋଗାଣ ବନ୍ଦ କରାଯାଉଛି। କର୍ଣ୍ଣାଟକର ଜଣେ ବିଜେପି ସାଂସଦ ଶୋଭା କରାଣ୍ଡଲାଜେ ଏ ସମ୍ପର୍କରେ ଟ୍ବିଟ୍‌ କରି ଜଣାଇବାରୁ କେରଳ ପୁଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି। ସାଂସଦ ଧର୍ମ ଏବଂ ଜାତି ଆଧାରରେ ସାମ୍ପ୍ରଦାୟିକ ଭେଦଭାବକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରି ପୁଲିସ ନିଜ ଆଡୁ ଏହି ମାମଲା ଦାୟର କରିଛି।

କର୍ଣ୍ଣାଟକର ଉଦୁପି ଚିକମଙ୍ଗଲୁର ସାଂସଦ ଶୋଭା କରାଣ୍ଡଲାଜେ ଟ୍ବିଟ୍‌ କରି ଲେଖିଥିଲେ ଯେ, କେରଳ ୨ୟ କାଶ୍ମୀର ହେବା ରାସ୍ତାରେ ପାଦ ଆଗକୁ ବଢ଼ାଉଛି। ମଲ୍ଲପୁରମର କୁଟ୍ଟୀପୂରମ ପଞ୍ଚାୟତର ହିନ୍ଦୁମାନଙ୍କୁ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି, କାରଣ ସେମାନେ ସିଏଏ ୨୦୧୯ର ସମର୍ଥନ କରିଥିଲେ। ଏହା ପରେ ପୁଲିସ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Comments are closed.