ପିପିଏଫ୍‌ ଓ ଅନ୍ୟ ସଞ୍ଚୟ ଯୋଜନା ସୁଧ ହାର କମିଲା

ନୂଆଦିଲ୍ଲୀ : ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌), ନ୍ୟାସନାଲ ସେଭିଙ୍ଗସ୍‌ ସ୍କିମ୍ (ଏନ୍‌ଏସ୍‌ସି) ଓ ଅନ୍ୟାନ୍ୟ କ୍ଷୁଦ୍ର ସଞ୍ଚୟ ଜମା ଉପରେ ମିଳୁଥିବା ସୁଧ ହାରକୁ ସରକାର କମ୍ କରିଛନ୍ତି।
୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ ଅର୍ଥାତ୍‌ ଏପ୍ରିଲ ୧ରୁ ଏହି ସଂଶୋଧିତ ସୁଧ ହାର ଲାଗୁ ହେବ। ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପିପିଏଫ୍‌ର ସୁଧ ହାର ୭.୧ରୁ ୬.୪କୁ ହ୍ରାସ କରାଯାଇଛି। ସେହିପରି ଏନ୍‌ଏସସିର ସୁଧ ହାର ୬.୮ରୁ ୫.୯କୁ ହ୍ରାସ କରାଯାଇଛି। କିଷାନ ବିକାଶ ପତ୍ର (କେଭିପି)ର ସୁଧ ହାର ୬.୯ରୁ ୬.୨କୁ, ସୁକନ୍ୟା ସମୃଦ୍ଧି ଯୋଜନା ୭.୬ରୁ ୬.୯କୁ ଓ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସୁଧ ହାର ୭.୪ରୁ ୬.୫କୁ ହ୍ରାସ କରାଯାଇଛି। ଏକ ବର୍ଷିୟା ସଞ୍ଚୟ ଯୋଜନା ଉପରେ ସୁଧହାରକୁ ସର୍ବାଧିକ ୧.୧ ପ୍ରତିଶତ ହ୍ରାସ କରାଯାଇ ୪.୪ କରାଯାଇଛି।

Comments are closed.