ନୂଆ ନିୟମ: ସରକାରୀ ସ୍କୁଲରେ ପଢିଲେ ମିଳିବ ସରକାରୀ ଚାକିରୀ

ସରକାରୀ ସ୍ଥରରେ ଯେତେ ପଦକ୍ଷେପ ନେଲେ ମଧ୍ୟ ଘରୋଇ ସ୍କୁଲରେ ପିଲା ଅଧିକ। ଏହା କେବଳ ଗୋଟିଏ କି ଦୁଇଟି ରାଜ୍ୟର କଥା ନୁହେଁ, ସାରା ଦେଶରେ ଏଭଳି ପରିସ୍ଥିତି। ତେବେ ଗତକାଲି ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ଘୋଷଣା ଶୁଣିବା ପରେ ଏଣିକି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗତକାଲି ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମାହାତୋ ନାବାଡିହର ଭୂଷଣ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରୀ ଶିକ୍ଷକ ଏବଂ ପାରା ଶିକ୍ଷକଙ୍କ ସହ ଆଲୋଚନା କରିବା ବେଳେ ଏଭଳି ଘୋଷଣା କରିଛନ୍ତି।

ସେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ ଗ୍ରାମାଞ୍ଚଳ ଏବଂ ଗରିବ ପିଲାମାନଙ୍କର ଭବିଷ୍ୟତ ସରକାରୀ ଶିକ୍ଷକଙ୍କ ହାତରେ ରହିଛି। ବର୍ତ୍ତମାନ ମାନସିକତା ପରିବର୍ତ୍ତନ କରି ଶିକ୍ଷକମାନଙ୍କୁ ପିତାମାତା ହେବାକୁ ପଡିବ ଏବଂ ପିଲାମାନଙ୍କୁ ଶିକ୍ଷା ଏବଂ ସଂସ୍କାର ପ୍ରଦାନ କରିବାକୁ ପଡିବ ବୋଲି ସେ କହିଛନ୍ତି। ଯଦି ଶିକ୍ଷକମାନେ ପ୍ରତିଦିନ ଗାଁରେ ବୁଲିବା ଆରମ୍ଭ କରନ୍ତି, ତେବେ ଆମ ସରକାରୀ ବିଦ୍ୟାଳୟର ପିଲାମାନେ ମଧ୍ୟ ଇସ୍ରୋ ଏବଂ ନାସାରେ ପହଞ୍ଚିବେ ବୋଲି ମନ୍ତ୍ରୀ ଆଶା ପୋଷଣ କରିଛନ୍ତି। ତେବେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ କେବଳ ସରକାରୀ ଚାକିରି ଘୋଷଣା ପଛରେ ରାଜ୍ୟର ଶିକ୍ଷକମାନଙ୍କୁ ଅଣଶିକ୍ଷାଦାନ କାର୍ୟ୍ୟରୁ ମୁକ୍ତ କରିବା ଲକ୍ଷ ରଖାଯାଇଛି। ଶିକ୍ଷକମାନେ ଅନ୍ୟ କାର୍ଯ୍ୟରୁ ମୁକ୍ତ ହେଲେ ପିଲାଙ୍କ ପଢ଼ା ଉପରେ ଧ୍ୟାନ ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ ପୂରଣ ସହ ପ୍ରତି ପଞ୍ଚାୟତରେ ମଡେଲ ସ୍କୁଲ ସ୍ଥାପନ କରାଯିବ ଏବଂ ପାରା ଶିକ୍ଷକମାନଙ୍କର ସମସ୍ତ ବକେୟା ଟଙ୍କା ଏକ ସପ୍ତାହ ମଧ୍ୟରେ ଦିଆଯିବ।

Comments
Loading...