ସରକାର୍ କା ମାଲ୍…. କୁକୁର ଖାଉଛି ରାସ୍ତାରେ ଫିଙ୍ଗା ଯାଇଥିବା ଛତୁଆ

ରେଙ୍ଗାଲି: ସରକାରୀ ଜିଣିଷ ନଷ୍ଟ ହେଉଥିବାର ଦେଖିଲେ ଲୋକେ କହିଥାନ୍ତି ସରକାର୍ କା ମାଲ୍ ଦରିଆ ମେ ଡାଲ୍। ଏହି ଉକ୍ତିର ସତ୍ୟତା ସମ୍ବଲପୁର ଜିଲ୍ଲାର ବିଶାଳଖିଣ୍ଡା ଗ୍ରାମରେ ଦେଖିବାକୁ ମିଳୁଛି। ସରକାର ଗର୍ଭବତୀ ମହିଲା ଏବଂ ଶିଶୁମାନଙ୍କର ପୁଷ୍ଟି ହୀନତା ଦୂରୀକରଣ ସକାଶେ ସମନ୍ୱିତ ଶିଶୁ ବିକାଶ ଯୋଜନା ମଧ୍ୟାମରେ ଛତୁଆ ଯୋଗାଇ ଦେଉଛନ୍ତି। ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଳକର ବିଶାଳଖିଣ୍ଡା ଗ୍ରାମର ମଝି ରାସ୍ତାରେ ଗର୍ଭବତୀ ମହିଲା ଏବଂ ଶିଶୁ ମାନଙ୍କ ପାଇଁ ଆସିଥିବା ଛତୁଆକୁ ଫୋଫାଡି ଦିଆ ଯାଇଥିବାର ଦେଖିବାକୁ ମିଳିଛି। ରାସ୍ତାରେ ଫିଙ୍ଗା ଯାଇଥିବା ଛୁତୁଆ ଭୋକିଲା ବୁଲାକୁକୁର ମାନଙ୍କ କ୍ଷୁଧା ନିବାରଣ କରୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଛତୁଆ ରାସ୍ତାରେ ଫିଙ୍ଗିଦେବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନିୟ ଗୋରେଖନାଥ ଯୁବ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇ ଏହାର ତଦନ୍ତ କରାଯାଇ ବିହିତ କାର୍ୟ୍ୟାନୁଷ୍ଠାନ ଦାବୀ କରାଯାଇଛି।