୧.୨୨ କୋଟି କିଷାନ କ୍ରେଡିଟ କାର୍ଡ଼ ମଞ୍ଜୁର : ମୋଟ ଋଣ ସୀମା ୧,୦୨,୦୬୫ କୋଟି ଟଙ୍କା

ନୂଆଦିଲ୍ଲୀ : ଦେଶର କୃଷି କ୍ଷେତ୍ରକୁ କରୋନା ମହାମାରୀ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏକ ସ୍ୱତନ୍ତ୍ର ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ କୋହଳ ସୁଧ ହାରରେ ଋଣ ଯୋଗାଇ ଦିଆଯାଉଛି। ଚଳିତ ମାସ ୧୭ ତାରିଖ ସୁଦ୍ଧା ୧ କୋଟି ୨୨ ଲକ୍ଷ କିଷାନ କ୍ରେଡିଟ କାର୍ଡ ମଞ୍ଜୁର କରାଯାଇଛି। ଏହିସବୁ କାର୍ଡରେ ମୋଟ ୧,୦୨,୦୬୫ କୋଟି ଟଙ୍କାର ଋଣ କରିହେବ। ଏହାଫଳରେ ଗ୍ରାମାଞ୍ଚଳ ଅର୍ଥନୀତିରେ ବିକାଶ ଘଟିବା ସହିତ କୃଷି କ୍ଷେତ୍ରରେ ଅଭିବୃଦ୍ଧି ସମ୍ଭବ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ, ଆତ୍ମନିର୍ଭର ଭାରତ ପ୍ୟାକେଜରେ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କାର ଋଣ କୋହଳ ସୁଧ ହାରରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଏହାଦ୍ୱାରା ଚାଷୀ, ମତ୍ସ୍ୟଜୀବୀ ଓ ଗୋପାଳକ ଉପକୃତ ହେବେ।

Comments are closed.