ବ୍ୟାଙ୍କ୍‍ ଘରୋଇ କରଣ ଯୋଜନା : ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ କାର୍ଯ୍ୟ କରିବେ

ନୂଆଦିଲ୍ଲୀ : ବ୍ୟାଙ୍କ୍‍ ଘରୋଇ କରଣ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ୍‍ ମିଳିତ ଭାବେ କାର୍ଯ୍ୟ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଏ ଦିଗରେ ବିସ୍ତୃତ କାର୍ଯ୍ୟପନ୍ଥା ହାତକୁ ନିଆଯିବ । ଦେଶର ସମ୍ପତ୍ତିକୁ ସରକାର ଘରୋଇ କ୍ଷେତ୍ରର ହାତକୁ ଟେକି ଦେଇଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଅର୍ଥମନ୍ତ୍ରୀ କହିଛନ୍ତି, କଂଗ୍ରେସ ସରକାର ଅମଳରେ ନିଆଯାଇଥିବା ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ବର୍ତ୍ତମାନର
ସରକାର ସ୍ପଷ୍ଟ ନୀତି ଜାରି କରିଛନ୍ତି ।

କେଉଁ କମ୍ପାନୀଗୁଡ଼ିକରୁ ଅଂଶଧନ ପ୍ରତ୍ୟାହାର କରାଯିବ ତା’ ଉପରେ କାର୍ଯ୍ୟ ଚାଲିଛି । ସେ କହିଛନ୍ତି, ବର୍ତ୍ତମାନ ଏଭଳି କିଛି ରାଷ୍ଟ୍ରାୟତ କମ୍ପାନୀ ରହିଛନ୍ତି ଯାହା ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ଅସମର୍ଥ । ଏହି କମ୍ପାନୀଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଇବା ସରକାରଙ୍କ ଲକ୍ଷ୍ୟ ବୋଲି ଶ୍ରୀମତୀ ସୀତାରମଣ ସ୍ପଷ୍ଟ କରିଛନ୍ତି।

Comments are closed.