ଓଡ଼ିଶା ସରକାରୀ ଯାନ୍ତ୍ରିକ/ପଲିଟେକ୍ନିକ୍‌ର ଲାବୋରେଟୋରି ସହାୟକ ନିୟମ, ୨୦୨୦କୁ ରାଜ୍ୟ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର: ଓଡ଼ିଶାର ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ପଲିଟେକ୍ନିକ୍‌ର ନିଯୁକ୍ତ ଲାବୋରେଟୋରି ସହାୟକଙ୍କ ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତବଳୀ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ପଲିଟେକ୍ନିକ୍‌ର ଲାବୋରଟୋରି ସହାୟକ(ନିଯୁକ୍ତ ଓ ଚାକିରୀ ସର୍ତ୍ତାବଳୀ) ନିୟମ, ୨୦୨୦ର ପ୍ରଣୟନ କରାଯାଇଛି। ଆଜି ଏହାକୁ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି।

ଓଡ଼ିଶା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ପଲିଟେକ୍ନିକ୍‌ର ଲାବୋରଟୋରି ସହାୟକ(ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତାବଳୀ) ନିୟମ, ୨୦୨୦ର ପ୍ରଣୟନ ଦ୍ବାରା ଓଡ଼ିଶାର ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ପଲିଟେକ୍‌ନିକ୍‌ରେ ନିଯୁକ୍ତ ଲାବୋରେଟାଳୀ ସହାୟକ ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତାବଳୀ ବହୁଭାବରେ ସୁବ୍ୟବସ୍ଥିତ ହୋଇପାରିବ। ଏହାଦ୍ବାରା ଲାବୋରଟୋରୀ ସହାୟକ କ୍ୟାଡର୍‌ରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହେବା ସହିତ ଭବିଷ୍ୟତରେ ଉଦୀୟମାନ ପ୍ରତିଭା ଏହି କ୍ୟାଡର୍‌ରେ ଯୋଗ ଦେବା ପାଇଁ ଉତ୍ସାହିତ ହେବେ। ଏ ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comments are closed.