ସରକାର କ୍ରୟ କଲେଣି ୨୯୦ ଲକ୍ଷ ମେଟ୍ରିକ୍‍ ଟନ୍‍ ଧାନ

୨୦୨୧-୨୨ ଖରିଫ୍‍ ଋତୁରେ ଧାନ ସଂଗ୍ରହ ସୂଚାରୁ ରୂପେ ଚାଲିଛି ଏବଂ ପୂର୍ବବର୍ଷ ଭଳି କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇ ଧାନ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି। ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି ୨୦୨୧-୨୨ ଖରିଫ୍‍ ଋତୁରେ ନଭେମ୍ବର ୨୨ ତାରିଖ ସୁଦ୍ଧା ୨୯୦ ଲକ୍ଷ ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇଛି।

ଚଣ୍ଡୀଗଡ଼, ଗୁଜରାତ, ହରିଆନା, ହିମାଚଳ ପ୍ରଦେଶ, ଜାମ୍ମୁ, କାଶ୍ମୀର, ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ତେଲଙ୍ଗାନା, ରାଜସ୍ଥାନ, କେରଳ, ତାମିଲନାଡୁ, ବିହାର, ଓଡ଼ିଶା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଏହି ଧାନ ସଂଗ୍ରହ କରାଯାଇଛି। ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ବନିମ୍ନ୍‍ ସହାୟକ ମୂଲ୍ୟ ବାବଦକୁ ଚାଷୀମାନଙ୍କୁ ୫୭ ହଜାର ୩୨ କୋଟି ଟଙ୍କା ଦିଆଯାଇଛି ଓ ଏଥିରୁ ୧୮ ଲକ୍ଷ କୃଷକ ଲାଭବାନ ହୋଇଛନ୍ତି। ସର୍ବାଧିକ ଧାନ ପଞ୍ଜାବରୁ ସଂଗ୍ରହ ହୋଇଥିବା ବେଳେ ଦ୍ଵିତୀୟରେ ହରିଆନା ଓ ତୃତୀୟାରେ ଉତ୍ତରପ୍ରଦେଶ ରହିଛି।

ମନ୍ତ୍ରଣାଳୟ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ୨୦୨୦-୨୧ ଖରିଫ୍‍ ଋତୁରେ ୧ କୋଟି ୩୧ ଲକ୍ଷ ୧୩ ହଜାର ୪୧୭ ଜଣ କୃଷକ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରୟ କରି ଲାଭବାନ ହୋଇଥିଲେ। ଏ ବାବଦରେ ସେମାନଙ୍କୁ ୧ ଲକ୍ଷ ୬୮ ହଜାର ୮୨୩ କୋଟି ଟଙ୍କା ଦିଆଯାଇଥିଲା। ସର୍ବମୋଟ୍‍ ୮ କୋଟି ୯୪ ଲକ୍ଷ ୧୯ ହଜାର ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା।

Comments are closed.