ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ, ସରକାର ଗଠନ କଲେ ଉଚ୍ଚସ୍ତରୀୟ କମିଟି

ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ସମ୍ପର୍କରେ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି ଏ ସମ୍ପର୍କିତ ପ୍ରସ୍ତାବ ସୁପାରିଶ କରିବାକୁ ଏକ ଉଚ୍ଚସ୍ଥରୀୟ କମିଟି ଗଠନ କରାଯାଇଛି।

ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡଃ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ। ଏହା ସହିତ କମିଟିରେ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ବି.ଏସ. ପୁନିଆ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିର୍ଦେଶକ ଜି. ରଘୁ ସଦସ୍ୟ ରହିଛନ୍ତି। ସେହିପରି ଏସଡି ଏବଂ ଟିଇ ବିଭାଗର ଯୁଗ୍ମ ସଚିବ ଏ.କେ ନାୟକ ଆବାହକ ସଦସ୍ୟ ଭାବେ କାମ କରିବେ।

Comments are closed.