ଆରମ୍ଭ ହେଲା ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ – ସୁମନ’

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ମିଶି ଗୁରୁବାର ‘ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ – ସୁମନ’ର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ତ୍ରୟୋଦଶ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦ ସମ୍ମିଳନୀ ସମୟରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଗର୍ଭବତୀ ମହିଳା ଓ ନବଜାତ ଶିଶୁ ମୃତ୍ୟୁ ହାର କମ୍‍ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାଗୁଡ଼ିକରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।

ଏହି ଯୋଜନା ଗର୍ଭବତୀ ମହିଳାମାନଙ୍କୁ ସହଜରେ ଶିଶୁ ପ୍ରସବ ପାଇଁ ସହାୟତା କରିବ। ସମ୍ମିଳନୀରେ ଉଦବୋଧନ ଦେଇ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣକୁ ସରକାର ଅଗ୍ରାଧିକାର ଦେଉଛନ୍ତି ଓ ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ
ରହିଛନ୍ତି। ସେ କହିଛନ୍ତି, ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଉଛି ଓ ସରକାର ମେଡିକାଲ୍‍ କଲେଜଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ।

Comments are closed.