ଜିଏସ୍‍ଟି ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି

ମାଲ ପରିବହନ ପାଇଁ କୋହଳ ବ୍ୟବସ୍ଥା

ନୂଆଦିଲ୍ଲୀ : ବାର୍ଷିକ ଜିଏସ୍‍ଟି ରିଟର୍ଣ୍ଣ ଦାଖଲ ଓ ଦେଶରେ ସାମଗ୍ରୀ ଗୁଡ଼ିକ ପରିବହନ ପାଇଁ ସରକାର ଆହୁରି ଅଧିକ କୋହଳ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ଓ ବହିଃଶୁଳ୍କ ବୋର୍ଡ (ସିବିଆଇସି) ବାର୍ଷିକ ରିଟର୍ଣ୍ଣ ଦାଖଲ ସମୟ ସୀମା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହି ରିହାତି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଦିଆଯାଇଛି । ସରକାର ମଧ୍ୟ ମାର୍ଚ୍ଚ ୨୪ ପୂର୍ବରୁ ଦିଆଯାଇଥିବା ସମସ୍ତ ଇ-ୱେ ବିଲ୍‍ଗୁଡ଼ିକର ପୈଠ ପାଇଁ ସମୟସୀମାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟସୀମା ମାର୍ଚ୍ଚ ୨୦ରୁ ଏପ୍ରିଲ୍‍ ୧୫ ମଧ୍ୟରେ ଶେଷ ହୋଇଯାଇଥିଲା । ଏହି କୋହଳ କରାଯିବା ଯୋଗୁଁ ସଡ଼କପଥରେ ମାଲ୍‍ ପରିବହନ ସହଜ ହେବ ଓ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣକୁ ନିଶ୍ଚିତ କରାଯାଇ ପାରିବ ।

Comments are closed.