ନାଗାଲାଣ୍ଡରେ ଅଉ ୬ମାସ ବଢିଲା ଅଫ୍‌ସ୍ପା ଅବଧି

0

ନୂଆଦିଲ୍ଲୀ : ନାଗାଲାଣ୍ଡକୁ ଏକ ଅଶାନ୍ତ କ୍ଷେତ୍ର ଦର୍ଶାଇ କେନ୍ଦ୍ର ସରକାର ସେଠାରେ ଲାଗୁ କରାଯାଇଥିବା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଅଫ୍‌ସ୍ପା)ର ଅବଧି ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ଏହି ଅଞ୍ଚଳ ଏଭଳି ଅଶାନ୍ତ ଏବଂ ସାଙ୍ଘାତିକ ପରିସ୍ଥିତିରେ ରହିଛି ଯେ ସେଠାରେ ଜୀବନଧାରଣ ନିମନ୍ତେ ସାଧାରଣ ଲୋକଙ୍କୁ ସଶସ୍ତ୍ର ବାହନୀର ସହଯୋଗର ଆବଶ୍ୟକତା ରହିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ସମ୍ପ୍ରତି ହତ୍ୟା, ଲୁଟ ଓ ରାହାଜାନି ଲାଗି ରହିଥିବାରୁ ସେଠାରେ ଅଫ୍‌ସ୍ପା ଅବଧି ବୃଦ୍ଧି କରିବ​ାକୁ ପଡିଛି ବୋଲି ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖ ଯେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଚଢାଉ ତଥା ଗିରଫ କରିବା ଏବଂ ଆବଶ୍ୟକସ୍ଥଳେ ଗୁଳିମାଡ଼ କରିବା ନେଇ ଏହି ଆଇନ ବଳରେ ସଶସ୍ତ୍ର ବାହିନୀକୁ କ୍ଷମତା ପ୍ରଦାନ କରାଯାଇଛି। ଏଭଳି କରିବା ନେଇ ସେମାନଙ୍କୁ ଆଇନଗତ ସୁରକ୍ଷା ମଧ୍ୟ ମିଳିଛି।

Leave A Reply