ଏଣିକି ସରକାରୀ କର୍ମଚାରୀ ଏଲଟିସିରେ ବିଦେଶ ଯାଇପାରିବେ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀମାନେ ଏଣିକି ଏଲିଟିସି (ଲିଭ୍‍ ଟ୍ରାଭେଲ କନସେସନ୍‍)ରେ ବିଦେଶ ଭ୍ରମଣ କରିପାରିବେ। ଏ ସମ୍ପର୍କିତ ପ୍ରସ୍ତାବକୁ କାର୍ମିକ ବିଭାଗ ଅନୁମୋଦନ କରିଛି। ତେବେ ଏ ବାବଦରେ ଗୃହ, ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ବିଭାଗର ମତାମତ ଲୋଡା ଯାଇଛି। ରବିବାର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏସିଆ ମହାଦେଶର ୫ଟି ଦେଶକୁ ସରକାରୀ କର୍ମଚାରୀମାନେ ଏଲଟିସିରେ ଯାଇପାରିବେ। ଏହି ଦେଶଗୁଡିକ ହେଲା କାଜାଖସ୍ତାନ, ତୁର୍କମେନିସ୍ତାନ, ଉଜ୍‍ବେକିସ୍ତାନ, କିର୍ଗିଜସ୍ତାନ ଓ ତାଜିକସ୍ତାନ। ଗତ ମାର୍ଚ୍ଚରେ ସରକାରୀ କର୍ମଚାରୀଙ୍କୁ ସାର୍କ ରାଷ୍ଟ୍ରମାନଙ୍କୁ ଏଲଟିସି ସୁବିଧା ପ୍ରଦାନ ଦେଇ ପ୍ରସ୍ତାବ ଦିଆଯାଇଥିଲା। ତେବେ କେନ୍ଦ୍ର ଏସିଆ ଉପରେ ସରକାରଙ୍କ ଗୁରୁତ୍ୱ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହିସବୁ ଦେଶ ପାଇଁ ଏଲଟିସି ସୁବିଧା ପ୍ରଦାନ କରାଯିବ। ଏଲଟିସି ଯୋଜନାରେ ସରକାର ଏହାର କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରିବା ସହିତ ଯାତୟାତ ଖର୍ଚ୍ଚ ପ୍ରଦାନ କରିଥାନ୍ତି।

Leave A Reply