୧୦୦ ଐତିହ୍ୟ ସ୍ଥଳୀକୁ ଲିଜ୍‍ ଦେବା ଖବର ମିଥ୍ୟା ଓ ମନଗଢା

ନୂଆଦିଲ୍ଲୀ :  ତାଜମହଲ ସମେତ ଦେଶର ୧୦୦ଐତିହ୍ୟ ସ୍ଥଳୀକୁ ସରକାର ଲିଜ୍‍ ଦେବେ ବୋଲି କେତେକ ସାମଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି।
ପିଆଇବି ପକ୍ଷରୁ ଏହା ମିଥ୍ୟା ଓ ମନଗଢା ଖବର ବୋଲି ଦର୍ଶାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତୀୟ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ପିଆଇବି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comments are closed.