କୋଭିଡ଼-୧୯ ସମ୍ପର୍କୀତ ସୂଚନା ପାଇଁ ହ୍ୱାଟ୍ସ୍ ଆପ୍ ଚାଟବୋଟ୍

ନୂଆଦିଲ୍ଲୀ : କୋଭିଡ଼୍-୧୯ ସମ୍ପର୍କରେ ପ୍ରଶ୍ନ ପଚାରିବା ଏବଂ ସୂଚନା ଦେବା ପାଇଁ ସରକାର ଏକ ହ୍ୱାଟ୍ସ୍ ଆପ୍ ଚାଟବୋଟ୍ ଆରମ୍ଭ କରିଛନ୍ତି। ଜାତୀୟ ଔଷଧପତ୍ର ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନ୍ପିପିଏ) କହିଛି, ଏହି ଚାଟବୋଟ୍ର ନାମ “ମାଇ ଗଭ୍ କରୋନା ହେଲ୍ପ ଡେସ୍କ ବା ସହାୟତା କେନ୍ଦ୍ର” ରଖାଯାଇଛି। ଏଥିପାଇଁ ଲୋକମାନେ ସେମାନଙ୍କ ହ୍ୱାଟ୍ସ ଆପରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍ କରିପାରିବେ ଏବଂ କରୋନା ସମ୍ପର୍କିତ ପ୍ରଶ୍ନର ସ୍ୱୟଂକ୍ରିୟ ଉତ୍ତର ପାଇପାରିବେ।