ଆତ୍ମଘୋଷିତ ଈଶ୍ୱର ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜକୁ ଈଶ୍ୱର ବୋଲାଉଥିବା ନିତ୍ୟାନନ୍ଦଙ୍କର ପାସପୋର୍ଟକୁ ରଦ୍ଦ କରିଥିବାବେଳେ ଏକ ନୂଆ ପାସ୍‍ପୋର୍ଟ ପାଇଁ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। ଆଜି ସନ୍ଧ୍ୟାରେ ନୂଆଦିଲ୍ଳୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଅନେକ ଅପରାଧ ମାମଲାରେ ନିତ୍ୟାନନ୍ଦଙ୍କୁ ଖୋଜା ଚାଲିଥିବାର ସମସ୍ତ ଭାରତୀୟ ଦୂତାବାସ ଓ ଯାଞ୍ଚ ଘାଟିଗୁଡିକୁ ଜଣାଇ ଦିଆଯାଇଛି। ସେ କହିଛନ୍ତି, ବିଭିନ୍ନ ଦେଶର ସରକାରମାନଙ୍କୁ ଏ ବିଷୟରେ ଜଣାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଏହାର ଦୂତାବାସଗୁଡିକୁ ନିର୍ଦ୍ଦେଶ ଦେଇଛି।

Comments are closed.