ଶୀଘ୍ର ଫେରିବେ କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାପାଇଁ ଦିଲ୍ଲୀ ଓ ବିଶାଖାପଟ୍ଟନମ ପାଇଁ ଏୟାର୍ ଏସିଆର ଦୁଇଟି ବିମାନକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି, କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ଅନ୍ୟ ଯାତ୍ରୀମାନଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସେହି ଲୋକମାନଙ୍କୁ ଏୟାର୍ ଲାଇନ୍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଖବର ଅନୁସାରେ ୨୦୦ରୁ ଅଧିକ ଭାରତୀୟ କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଛନ୍ତି।
ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି। ଭାରତ ୟୁରୋପୀୟ ସଂଘର ତୁର୍କୀ ଏବଂ ବ୍ରିଟେନ୍ରୁ ଆସୁଥିବା ଯାତ୍ରୀମାନଙ୍କର ଭାରତରେ ପ୍ରବେଶ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କଟକଣା ଜାରି କରିଛି। ଆଫଗାନିସ୍ତାନ, ଫିଲିପାଇନ୍ସ ଏବଂ ମାଲେସିଆରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।