ଡ୍ୟାନସିଂ ଷ୍ଟାର ଗୋବିନ୍ଦାଙ୍କୁ କରୋନା

ବଲିଉଡ ଅଭିନେତା ତଥା ଡ୍ୟାନସିଂ ଷ୍ଟାର ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିବା ତାଙ୍କ ପତ୍ନୀ ସୁନିତା ଗଣମାଧ୍ୟମକୁ କହିଛନ୍ତି। ଗୋବିନ୍ଦା ଏବେ ନିଜ ବାସଗୃହରେ ଏକାନ୍ତଵାସରେ ଅଛନ୍ତି। ୫୭ ବର୍ଷୀୟ ଏହି ଅଭିନେତାଙ୍କ ଠାରେ କରୋନା ସଂକ୍ରମଣର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି ଓ ସେ ସମସ୍ତ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଥିବା ଜଣାପଡିଛି।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସୁନିତା କହିଛନ୍ତି ଯେ ଆଜି ସକାଳେ ଗୋବିନ୍ଦା କରୋନା ପଜିଟିଭ ଥିବା ଜଣାପଡିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସେ ଜଣାଇଛନ୍ତି। ଗୋବିନ୍ଦା ୨୦୧୯ରେ ରଂଗୀଲା ରାଜାରେ ଅଭିନୟ କରିବା ପରେ ଚଳଚିତ୍ର ଜଗତରୁ ଏକ ପ୍ରକାର ଦୁରେଇ ଅଛନ୍ତି। ତେବେ ଗତକାଲି ଅଭିନେତା ଅକ୍ଷୟ କୁମାର ଏବଂ ରୀତିକ ଭୋମିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

Comments are closed.