ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା: ଗୋରଖନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ତଥା ଲୋକପ୍ରିୟ ବଲିଉଡ଼ ଅଭିନେତା ଗୋବିନ୍ଦା ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନାହାନ୍ତି ବରଂ ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଗୋବିନ୍ଦାଙ୍କ ମଧ୍ୟରେ ଉତ୍ତରପ୍ରଦେଶରେ ଚଳଚ୍ଚିତ୍ର ଶୁଟିଂ ଓ ଇକୋ ଟୁରିଜିମ୍‍କୁ ପ୍ରୋତ୍ସାହନ ଦେବା ସହିତ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନ ହୋଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଗୋବିନ୍ଦାଙ୍କୁ ମାନବତାର ଅମୂର୍ତ୍ତ ସାଂସ୍କୃତିକ ଐତିହ ପ୍ରୟାଗରାଜ କୁମ୍ଭ-୨୦୧୯ର ପୁସ୍ତକ ମଧ୍ୟ ଉପହାର ଦେଇଛନ୍ତି।

ଉଭୟଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଗୋବିନ୍ଦା କଳା କୋଟ୍‍ ପିନ୍ଧିବା ସହ ମଥାରେ ତିଳକ ଲଗାଇଥିବା ଦେଖିବାକୁ ମିଳିଛି।

Comments are closed.