ଦର୍ଶକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଗୋବିନ୍ଦାଙ୍କ ନୂଆ ପ୍ରୟାସ

ମୁମ୍ବଇ: ବଲିଉଡ଼ର ବହୁମୁଖୀ ପ୍ରତିଭା ତଥା ଲୋକପ୍ରିୟ କଳାକାର ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିଛନ୍ତି। ତାଙ୍କ ଚ୍ୟାନେଲର ନାଁ ରହିଛି ‘ଗୋବିନ୍ଦା ନଂ-୧’। ସମୟ ସହିତ ତାଳ ଦେଇ ସେ ମଧ୍ୟ ଡିଜିଟାଲ ଦୁନିଆଁରେ ନିଜକୁ ସାମିଲ କରିଛନ୍ତି। ବର୍ତ୍ତମାନ ତାଙ୍କ ହାତରେ କୌଣସି ଚଳଚ୍ଚିତ୍ର ନ ଥିବାରୁ ସମୟର ସଦୁପଯୋଗ କରି ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ରହିବାକୁ ସେ ଆଗେଇ ଆସିଛନ୍ତି। ଏହି ଚ୍ୟାନେଲ ଜରିଆରେ ଗୋବିନ୍ଦା ନିଜେ ଗାଇଥିବା କିଛି ଗୀତ ଏବଂ କିଛି ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବେ। ଭାଲେଣ୍ଟାଇନ୍ସ ଡେ’ ରେ ନିଜେ ଗାଇଥିବା କିଛି ଗୀତ ଅପ୍‌ଲୋଡ଼୍‌ କରି ସେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଦର୍ଶକଙ୍କୁ ନିୟମିତ ମନୋରଞ୍ଜନର ଖୋରାକ ଯୋଗାଇବେ ବୋଲି ଗୋବିନ୍ଦା କହିଛନ୍ତି। ଏହା ସହିତ ସେ କହିଛନ୍ତି, ‘‘ମୋର ବିଶ୍ୱାସ ମୋତେ ଦର୍ଶକ ବହୁତ ଭଲପାଇବା ଏବଂ ଆଶୀର୍ବାଦ ଦେବେ’’।

Comments are closed.