ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ଓ ଉପରାଜ୍ୟପାଳ ସମ୍ମିଳନୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନଙ୍କର ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଛି । ଏହା ରାଜ୍ୟପାଳମାନଙ୍କର ୫୧ତମ ସମ୍ମିଳନୀ ହୋଇଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚତୁର୍ଥ ଥର ପାଇଁ ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ ।

Comments are closed.