ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିବେ

ଭୁବନେଶ୍ବର: ୨୬ ତାରିଖରେ ୭୨ତମ ସାଧାରଣତନ୍ତ୍ର ଦିବସ। କେଉଁ ଜିଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ମନ୍ତ୍ରୀ ଓ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏ ସଂକ୍ରାନ୍ତରେ ଗୃହବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସଞ୍ଜୀବ ଚୋପ୍ରା ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଶ୍ରୀ ଚୋପ୍ରାଙ୍କ ସୂଚନା ଅନୁଯାୟୀ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ, ପୁରୀରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୋଳରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଞ୍ଜାମରେ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲେଶ୍ବରରେ ମନ୍ତ୍ରୀ ପ୍ରତାପ ଜେନା, ରାୟଗଡାରେ ମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜରେ ମନ୍ତ୍ରୀ ସୁଶାନ୍ତ ସିଂହ, ବରଗଡ଼ରେ ମନ୍ତ୍ରୀ ନବକିଶୋର ଦାସ ଓ ସମ୍ବଲପୁରରେ ମନ୍ତ୍ରୀ ଟୁକୁନି ସାହୁ ପତାକା ଉତ୍ତୋଳନ କରିବେ।

ନୟାଗଡରେ ଅନୁସୂଚିତ ମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦୁଝରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବଲାଙ୍ଗୀରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସୁନ୍ଦରଗଡ଼ରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଜପତିରେ ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ମାଲକାନଗିରିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ। ଏହାବାଦ୍ ବ୍ରହ୍ମପୁର, ରାଉରକେଲା ଏବଂ ଖୋର୍ଦ୍ଧାରେ ତିନି ଆରଡିସି ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡା, ସୁବର୍ଣ୍ଣପୁର ଏବଂ ଜଗତସିଂହପୁରରେ ଜିଲାପାଳମାନେ ପତାକା ଉତ୍ତୋଳନ କରିବେ।

Comments are closed.