ଏମ.ଏନ୍‍ ହାଇସ୍କୁଲ ପ୍ଲାଟିନମ ଜୁବଲିରେ ଯୋଗ ଦେବେ ରାଜ୍ୟପାଳ

0

ପଟାମୁଣ୍ଡାଇ : କେନ୍ଦ୍ରାପଡା ପଟାମୁଣ୍ଡାଇ ଏମ.ଏନ୍‍ ହାଇସ୍କୁଲ ପ୍ଲାଟିନମ ଜୁବଲି ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ । ଏ ନେଇ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କୁ ନିମନ୍ତ୍ରଣ ସମୟରେ ପ୍ର. ଅନିରୁଦ୍ଧ ରାଉଳ, ପ୍ର. ଭରତ ଚନ୍ଦ୍ର ପାତ୍ର, ପ୍ର. ଅଭୟ କୁମାର ବେହେରା, ଡ. କେଳୁଚରଣ ସ୍ୱାଇଁ, ଡ. ବୈଷ୍ଣବ ଚରଣ ସିଂ, ସ୍ମୃତି ରଞ୍ଜନ ବେହେରା ଆଦି ଯୋଗ ଦେଇଥିଲେ ।

Leave A Reply