୨୦୧୯ରେ “ଆଟ ହୋମ’’ ସେଲିବ୍ରେସନ ହେବ ନାହିଁ ; ରାଜ୍ୟପାଳଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ଚଳିତ ବର୍ଷ “ଆଟ ହୋମ’’ ସେଲିବ୍ରେସନ ନ କରିବାକୁ ରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି । ଫନି ପାଇଁ ମାନ୍ୟବର ରାଜ୍ୟପାଳ ଏଭଳି ନିଷ୍ପତ୍ତି ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଭବନରେ “ଆଟ ହୋମ’’ ସମାରୋହ ଆୟୋଜନ କରାଯାଏ । କିନ୍ତୁ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନିର କ୍ଷୟକ୍ଷତି ଯୋଗୁଁ ୨୦୧୯ ସ୍ୱାଧୀନତା ଦିବସ ଅବସରରେ “ଆଟ ହୋମ’’ ସେଲିବ୍ରେସନ ହେବ ନାହିଁ ବୋଲି ରାଜଭବନରୁ ସୂଚନା ମିଳିଛି ।

Comments are closed.