ସିଡିଏସକୁ କ୍ୟାବିନେଟ୍‍ ମଞ୍ଜୁରୀ: ବିପିନ ରାୱତଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ: ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍(ସିଡିଏସ୍‍)କୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ ମିଳିଛି। କ୍ୟାବିନେଟ୍‍ରେ ସିଡିଏସ୍‍ ନିଯୁକ୍ତି ନେଇ ଘୋଷଣା ହୋଇଥିଲେ ମଧ୍ୟ ଏହି ପଦବୀରେ କାହାକୁ ନିଯୁକ୍ତ କରାଯିବ ସେ ନେଇ କୌଣସି ଘୋଷଣା କରାଯାଇନାହିଁ। ତେବେ ବରିଷ୍ଠତା ଭିତ୍ତିରେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍‍ ବିପିନ ରାୱତଙ୍କୁ ଏହି ପଦରେ ନିଯୁକ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି। ସରକାର ଆଜି ତାଙ୍କ ନାଁ ଘୋଷଣା କରିପାରନ୍ତି।
ସୂଚନାଯୋଗ୍ୟ, ସିଡିଏସ୍‍ ତିନି ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଗତ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦବୀ ସୃଷ୍ଟି ନେଇ ଘୋଷଣା କରିଥିଲେ।

Comments are closed.