ସରକାରୀ ପୁରୁଷ କର୍ମଚାରୀ ନେଇପାରିବେ ଶିଶୁ ଯତ୍ନ ଛୁଟି

କେନ୍ଦ୍ର ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସରକାରୀ ପୁରୁଷ କର୍ମଚାରୀମାନେ ମଧ୍ୟ ଶିଶୁ ଯତ୍ନ ପାଇଁ ଶିଶୁ ଯତ୍ନ ଛୁଟି (ସିସିଏଲ) ନେବାକୁ ହକଦାର। ସେ କହିଛନ୍ତି ଯେ ଏହିପରି ଛୁଟି କେବଳ ସେହି ପୁରୁଷ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ଏକକ ଅଭିଭାବକ ଅଟନ୍ତି। ସେ କହିଛନ୍ତି ଯେ ଏହି ସୁବିଧା ପାଇଁ ପୂର୍ବରୁ ନିର୍ଦ୍ଦେଶ ଜାରି ହୋଇସାରିଛି କିନ୍ତୁ ସାଧାରଣ ଲୋକଙ୍କ ପାଖରେ ଏହା ପହଂଚି ପାରିନାହିଁ। ଶ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସିସିଏଲରେ ଥିବାବେଳେ କୌଣସି କର୍ମଚାରୀ ମଧ୍ୟ ବାହାରକୁ ବୁଲିଯିବା ନିମନ୍ତେ ଏଲଟିସି ନେଇପାରିବେ। ସେ କହିଛନ୍ତି ଯେ ଦିବ୍ୟାଙ୍ଗ ପିଲାମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ସିସିଏଲ ପାଇଁ ବୟସ ସୀମା ନାହିଁ।

Comments are closed.