ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟ ସରାକରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର : ପଙ୍ଗପାଳ ମୁକାବିଲା ନେଇ କୃଷି ଭବନରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ କୃଷି ବିଭାଗର ସ୍ବତନ୍ତ୍ର ସଚିବ ମୁଥୁ କୁମାର ପଙ୍ଗପାଳଙ୍କୁ କିପରି ଦମନ କରାଯାଇ ପାରିବ ସେ ନେଇ ନିୟମାବଳୀ ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ମୁକାବିଲା ପାଇଁ ସବୁ ଜିଲାରେ କଣ୍ଟ୍ରୋଲ ରୁମ ଖୋଲାଯିବ। ପ୍ରତି ଜିଲାରେ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ଜିଲାସ୍ତରରେ ଅଧିକ ସଚେତନ କରାଇବେ। ୮ ଲକ୍ଷ ଚାଷୀ ହେଲପଲାଇନରେ ଜଡିତ ଅଛନ୍ତି । ୬ ଲକ୍ଷ ଚାଷୀ ହ୍ବାଟ୍ସଆପ ଗ୍ରୁପରେ ଅଛନ୍ତି। ପଙ୍ଗପାଳ ମୁକାବିଲା ପାଇଁ କ’ଣ କରାଯିବ ସେ ନେଇ ଅନୁଧ୍ୟାନ ଜାରି ରହିଛି । ପଙ୍ଗପାଳ ଦଳ ଓଡ଼ିଶାରେ ପହଞ୍ଚିବା ପାଇଁ ପବନର ବେଗ ମୌସୁମୀ ଉପରେ ନିର୍ଭର କରେ। ଅଧିକାରୀମାନଙ୍କ ଦ୍ବାରା ଜିଲା ଓ ବ୍ଲକ ସ୍ତରରେ ସର୍ଭେ ଆରମ୍ଭ ହୋଇଯାଇଛି। ୫ଟି ପଏଣ୍ଟରେ ସଚେତନତା କରାଯାଉଛି । ବିହାର, ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ଅଧିକ ନଜର ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଷୟିକ ପରାମର୍ଶ ନିଆଯାଉଛି ।

Comments are closed.