ଦେଶରେ ସ୍ଥାପନ ହେବ ସୁନା ପରିଷଦ

0

ନୂଆଦିଲ୍ଲୀ : ସରକାର ଦେଶରେ ଏକ ସୁନା ପରିଷଦ (ଗୋଲ୍ଡ କାଉନସିଲ) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଏହି ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ଦ୍ୱିତୀୟ ଭାରତ ସୁନା ଓ ଗହଣା ଶିଖର ବୈଠକକୁ ଉଦ୍‍ଘାଟନ କରି ଶ୍ରୀ ପ୍ରଭୁ ଏହା କହିଛନ୍ତି। ସୁନା ଓ ଗହଣା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ସମନ୍ୱିତ ସୁନା ନୀତି ପ୍ରସ୍ତୁତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆର୍ଥିକ ସମସ୍ୟାକୁ ନେଇ ଗହଣା ଓ ମୂଲ୍ୟବାନ ପଥର ବ୍ୟବସାୟ ଯେପରି କ୍ଷତିଗ୍ରସ୍ତ ନ ହୁଏ, ତାହା ତାଙ୍କର ମନ୍ତ୍ରଣାଳୟ ନିଶ୍ଚିତ କରିବ। ଏ ସଂକ୍ରାନ୍ତରେ ତାଙ୍କ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ କରୁଥିବାର ସେ କହିଛନ୍ତି। ଗହଣା ଓ ମୂଲ୍ୟବାନ ପଥର କ୍ଷେତ୍ରର ବିକାଶ ପାଇଁ ଭାରତ ଅନ୍ୟ ଦେଶଗୁଡ଼ିକ ସହ ଭାଗିଦାରୀରେ କାର୍ଯ୍ୟ କରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

Leave A Reply