୧୧ଟି ରାଜ୍ୟରେ ବ୍ୟାପିଛି ପକ୍ଷୀଜ୍ୱର ବା ବାର୍ଡ ଫ୍ଲୁ

ନୂଆଦିଲ୍ଲୀ :  ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ କହିଛି, ଦେଶର ୧୧ଟି ରାଜ୍ୟରେ ପକ୍ଷୀଜ୍ୱର ବା ବାର୍ଡ ଫ୍ଲୁ ବ୍ୟାପିଛି। ସର୍ବସାଧାରରଙ୍କୁ ପକ୍ଷୀଜ୍ୱର ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଏ ସମ୍ପର୍କରେ ଅପପ୍ରଚାରକୁ ରୋକିବାପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ଭାରତ ପକ୍ଷୀଜ୍ୱରର ସଫଳତାର ସହ ମୁକାବିଲା କରିଆସୁଥିବାର ରେକର୍ଡ଼ ରହିଛି।

ଅନ୍ୟପକ୍ଷରେ ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍‍ ତାପମାତ୍ରାରେ ପକ୍ଷୀଜ୍ୱର ଭୂତାଣୁ ନଷ୍ଟ ହୋଇଯାଇଥାଏ। ସେ ଦୃଷ୍ଟିରୁ କୁକୁଡ଼ାଜାତ ପଦାର୍ଥ ଗୁଡ଼ିକୁ ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍‍ରୁ ଅଧିକ ତାପମାତ୍ରାରେ ରାନ୍ଧି ଖାଇଲେ ତାହା ମାନବ ଶରୀର ପାଇଁ ସୁରକ୍ଷିତ ରହିବ।
ମନ୍ତ୍ରଣାଳୟ କହିଛି, କର୍ତ୍ତୃପକ୍ଷମାନଙ୍କୁ ସୂଚନା ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଓ କୁକୁଡ଼ା ଏବଂ କୁକୁଡ଼ାଜାତ ପଦାର୍ଥଗୁଡ଼ିକର ବିକ୍ରୟ ଉପରେ କୌଣସି ନିଷେଧାଜ୍ଞା ଲାଗୁ ନ କରିବାକୁ ନିବେଦନ କରାଯାଇଛି।

Comments are closed.