MEllora 950×100

ଇପିଏଫଓ ଉପରେ ବଡ଼ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର! କର୍ମଚାରୀଙ୍କର ହେବ ଅଧିକ ସଞ୍ଚୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ଫ୍ଲାଗସିପ୍ ଅବସର ସଞ୍ଚୟ ଯୋଜନା(Retirement Saving Scheme) ପାଇଁ ବେତନ ସୀମାରେ ପରିବର୍ତ୍ତନ କରିପାରନ୍ତି। ଏହାଦ୍ବାରା ଉଭୟ କର୍ମଚାରୀ ଏବଂ କମ୍ପାନୀ ମାଲିକଙ୍କ ବାଧ୍ୟତାମୂଳକ ଅବଦାନ ବୃଦ୍ଧି ହେବ। ଯାହାକି କର୍ମଚାରୀମାନଙ୍କୁ ସେମାନଙ୍କ ଅବସର ପାଇଁ ଅଧିକ ସଞ୍ଚୟ କରିବାରେ ସାହାଯ୍ୟ କରିବ। ଏହି ବୃଦ୍ଧି ଇପିଏଫଓ​​ର ସାମାଜିକ ସୁରକ୍ଷା କଭରେଜ ଅଧୀନକୁ ଅଧିକ କର୍ମଚାରୀଙ୍କୁ ଆଣିବ।

ବର୍ତ୍ତମାନ ଇପିଏଫଓର କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ୍) ଯୋଜନା ପାଇଁ ବେତନ ସୀମା ମାସକୁ ୧୫,୦୦୦ ଟଙ୍କା ରହିଛି, ଯାହାକୁ ଶେଷ ଥର ପାଇଁ ୨୦୧୪ରେ ମାସକୁ ୬,୫୦୦ ଟଙ୍କାରୁ ବଦଳାଯାଇଥିଲା। ଏହି ଯୋଜନା କେବଳ ସେହି ଉଦ୍ୟୋଗଗୁଡ଼ିକ ପାଇଁ ଉପଲବ୍ଧ, ଯାହାର ୨୦ରୁ ଅଧିକ କର୍ମଚାରୀ ଅଛନ୍ତି।

ସୂଚନା ଅନୁସାରେ, ଅଧିକ ବେତନ ସୀମା ଧାର୍ଯ୍ୟ କରିବା ପାଇଁ ଖୁବ ଶୀଘ୍ର ଏକ ବିଶେଷଜ୍ଞ କମିଟି ଗଠନ କରାଯିବ, ଯାହାକୁ ଦରଦାମ୍‌ ବୃଦ୍ଧି ଅନୁସାରେ ସୂଚୀବଦ୍ଧ କରାଯିବ ଏବଂ ଇପିଏଫଓ ​​ଅଧୀନରେ କଭରେଜ୍ ପାଇଁ ସମୟ ସମୟରେ ଏହାର ସମୀକ୍ଷା କରାଯିବ। ରିପୋର୍ଟ ମୁତାବକ, ଇପିଏଫଓ ବେତନ ସୀମାକୁ କର୍ମଚାରୀ ରାଜ୍ୟ ବୀମା ନିଗମର ମାସକୁ ୨୧,୦୦୦ ଟଙ୍କାର ସର୍ବାଧିକ ବେତନ ସୀମା ସହ ମଧ୍ୟ ଯୋଡ଼ା ଯାଇପାରେ।

ଏହା ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସରକାରଙ୍କ ଦୁଇଟି ସାମାଜିକ ସୁରକ୍ଷା ଯୋଜନା ମଧ୍ୟରେ ସମାନତା ଆଣିବ ଏବଂ ପ୍ରତିଷ୍ଠାନଗୁଡ଼ିକ ଉପରେ ଅନୁପାଳନ ଭାର ହ୍ରାସ କରିବ।

 

Comments are closed.