କରୋନା ପ୍ରଭାବ : ମାସ୍କ ରପ୍ତାନୀ ଉପରେ କଟକଣା

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ କେନ୍ଦ୍ର ସରକାର ସର୍ଜିକାଲ୍‍ ଓ ଥରେ ବ୍ୟବହାର କରି ଫିଙ୍ଗା ଯାଉଥିବା ମାସ୍କଗୁଡ଼ିକର ରପ୍ତାନୀ ଉପରେ କଟକଣା ଲାଗୁ କରିଛନ୍ତି। ବୟନଶିଳ୍ପ ମନ୍ତ୍ରଣାଳୟ ରପ୍ତାନୀ ନୀତିରେ ସଂଶୋଧନ କରି ଦୁଇରୁ ତିନି ପରସ୍ତର ମାସ୍କଗୁଡ଼ିକର ରପ୍ତାନୀ ଉପରେ ନିଷୋଧାଜ୍ଞା ଲାଗୁ କରିଛି। ମାସ୍କ ଉତ୍ପାଦନ ଓ ଯୋଗାଣରେ ଦେଖାଦେଉଥିବା ଅସୁବିଧା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।

Comments are closed.