ଆସନ୍ତା ଅଗଷ୍ଟ ୧୫ ଯାଏଁ ଜାତୀୟ ସ୍ମାରକୀ ସ୍ଥଳୀରେ ନିଃଶୁଳ୍କ ଚଳଚ୍ଚିତ୍ର ସୁଟିଂ ପାଇଁ ସରକାରଙ୍କ ଅନୁମତି

ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଉତ୍ସବର ଏକ ଅଂଶ ଭାବରେ ଆସନ୍ତା ବର୍ଷ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶରେ ଥିବା ବିଶ୍ୱ ଐତିହ୍ୟ ସ୍ଥଳ ସମେତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଚିହ୍ନଟ ଜାତୀୟ ସ୍ମାରକୀ ସ୍ଥଳୀଗୁଡ଼ିକରେ ନିଃଶୁଳ୍କ ଚଳଚ୍ଚିତ୍ର ସୁଟିଂ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନୁମତି ଦେଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦେଶରେ ଘୋଷିତ ଆଇକନିକ୍ ସାଇଟକୁ ବାଡ଼ ଦେଇଛି।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅତିହ୍ୟ, ଜାତୀୟ ଭାଷା ପ୍ରୋତ୍ସାହନ, ଭାରତୀୟ ପରମ୍ପରା ଏବଂ ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ, ସ୍ୱାଧୀନତା ସଂଗ୍ରାମ, ଲୋକ ସଂଗୀତ, ଭାଷା ଏବଂ ପର୍ଯ୍ୟଟନ ସହ ଜଡିତ ପ୍ରକଳ୍ପଗୁଡିକରେ କାର୍ଯ୍ୟ କରୁଥିବା ଲୋକ କିମ୍ବା ସଂସ୍ଥାଗୁଡିକ ଫଟୋଗ୍ରାଫ୍ କିମ୍ବା ଭିଡିଓ ସୁଟିଂ ପାଇଁ ଦେୟ ପ୍ରଦାନ କରିବେ ନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରୁ ଏହି ରିହାତି ଆରମ୍ଭ ହୋଇଛି।

ଏହିପରି ସୁଟିଂ କିମ୍ବା ଫଟୋଗ୍ରାଫି ପାଇଁ ଅନଲାଇନ୍ ଅନୁମତି ଆବଶ୍ୟକ। ତେବେ ଆଇକନିକ୍ ସାଇଟଗୁଡିକରେ ଏହି ରିହାତି ପ୍ରଯୁଜ୍ୟ ହେବ ନାହିଁ। ଏହି ଅନୁମତି ଦେବାର ଉଦ୍ଦେଶ୍ୟ ହେଉଛି କମ୍ ଲୋକପ୍ରିୟ ସ୍ମାରକୀକୁ ପ୍ରୋତ୍ସାହିତ କରିବା ଏବଂ ସେଗୁଡିକ ସହିତ ଲୋକଙ୍କ ଯୋଗଦାନକୁ ଉତ୍ସାହିତ କରିବା।

Comments are closed.