ଭାଙ୍ଗିଲା ଡ଼ିଗ୍ରୀ କଲେଜ ପରିଚାଳନା କମିଟି, ଦାୟିତ୍ବରେ ଏଡିଏମ୍

ଭୁବନେଶ୍ବର : ସମସ୍ଥ ବେସରକାରୀ ଅନୁଦାନପ୍ରାପ୍ତ ଡ଼ିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ କମିଟିକୁ ଭାଙ୍ଗିଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି। ଏବେଠାରୁ ଏଡିଏମ୍ ଜିଲା ମୁଖ୍ୟାଳୟରେ ଥିବା କଲେଜର ସଭାପତି ଦାୟିତ୍ବରେ ରହିବେ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍ ଏହି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି। ଏହାସହିତ ସଦରମହକୁମା ବାହାରେ ଥିବା କଲେଜ ମୁଖ୍ୟ ଭାବେ ଉପଜିଲାପାଳ କାର୍ଯ୍ୟ କରିବେ। ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ କରିବା ପାଇଁ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି।

Comments are closed.