ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନାକଲେ ରାଜ୍ୟପାଳ

0

ପୁରୀ :ନୂଅାବର୍ଷରେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସୋମବାର ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ସିଂହଦ୍ବାର ସମ୍ମୁଖରେ ପ୍ରଶାସକ (ନୀତି) ବିଶ୍ବଜିତ ବିଶ୍ବାଳ ତାଙ୍କୁ ସ୍ବାଗତ କରିବା ସହ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।
ଶ୍ରୀଜୀଉଙ୍କ ଦର୍ଶନ ପରେ ରାଜ୍ୟପାଳ ଶ୍ରୀ ଲାଲ କହିଲେ ଓଡ଼ିଶା ଦେଶର ୧ନମ୍ବର ରାଜ୍ୟରେ ପରିଣତ ହେଉ ଏବଂ ରାଜ୍ୟବାସୀ ସୁଖ ଏବଂ ଶାନ୍ତିରେ ରୁହନ୍ତୁ ସେଥିପାଇଁ ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ଭାବେ ମହାମହିମ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତ କରିଥିବାରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ସେ ସଂକଳ୍ପବଦ୍ଧ ବୋଲି ରାଜ୍ୟପାଳ ଶ୍ରୀ ଲାଲ ଗଣମାଧ୍ୟମକୁ କହିଛନ୍ତି। ସେ କହିଲେ ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ହୋଇ ରହିଛି। ଏହାର କଳା, ସଂସ୍କୃତି, ଐତିହ୍ୟ, କାରୁକାର୍ଯ୍ୟ ଏବଂ ପରମ୍ପରା ଅତ୍ୟନ୍ତ ଉଚ୍ଚକୋଟୀର। ନୂଆବର୍ଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଶାର ସମସ୍ତଙ୍କୁ ଖୁସିରେ ରଖନ୍ତୁ ବୋଲି ରାଜ୍ୟପାଳ କାମନା କରିଛନ୍ତି।

Leave A Reply